Latest Odisha News

BREAKING NEWS

ବିଶେଷଜ୍ଞଙ୍କ ଚେତାବନୀ: ଆଉ ଏକ ବିପର୍ଯ୍ୟୟ ଆଣିପାରେ କୋଭିଡ୍‌-୨୨

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗ ପାଇଁ ଭାରତ ପ୍ରସ୍ତୁତ ହେଉଥିବାବେଳେ ବିଶେଷଜ୍ଞମାନେ SARS CoV-2 ର ‘ସୁପର ଭାରିଆଣ୍ଟ’ ବିଷୟରେ ଚେତାବନୀ ଦେଇଛନ୍ତି। ଯାହା COVID-22 ଭାବରେ ପରିଚିତ ହୋଇପାରେ। ଏହି ପ୍ରଜାତି କରୋନାର ଡେଲ୍‌ଟା ପ୍ରଜାତି ଅପେକ୍ଷାକୃତ ବେଶି ମାରାତ୍ମକ ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହାର ଶିକାର ହୋଇପାରନ୍ତି ଅଣଟିକାକୃତ ଲୋକ। ଟିକା ନେଇନଥିବା ଲୋକମାନେ ଏହି ମାରାତ୍ମକ ଭୂତାଣୁର ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ।

ଜୁରିଚର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ପ୍ରଫେସର ସାଇ ରେଡ୍ଡୀ କହିଛନ୍ତି ଯେ ବର୍ତ୍ତମାନର ଷ୍ଟ୍ରେନ୍ ମିଶ୍ରଣ ଦ୍ୱାରା ଏକ ନୂତନ ତଥା ଅଧିକ ବିପଜ୍ଜନକ ମହାମାରୀ ଆସିପାରେ। ରେଡ୍ଡୀ ଦର୍ଶାଇଛନ୍ତି ଯେ COVID-22 “ଅପରିହାର୍ଯ୍ୟ”। କାରଣ କରୋନାଭାଇରସ୍ ଏକତ୍ର ହୋଇ ଡେଲ୍‌ଟା, ବିଟା ଏବଂ ଗାମା ପ୍ରଜାତି ସହିତ ଏକ ଘାତକ ଷ୍ଟ୍ରେନ୍ ସୃଷ୍ଟି କରିବାର ସମ୍ଭାବନା ଅଧିକ।

ସେ ଚେତାବନୀ ଦେଇ କହିଛନ୍ତି ଯେ COVID-19 ବର୍ତ୍ତମାନ ଯାହା ଦେଖୁଛୁ ତାହାଠାରୁ ସ୍ଥିତି ଆହୁରି ଖରାପ ହୋଇପାରେ। ଫଳସ୍ୱରୂପ, କରୋନା ବିରୋଧି ଲଢେଇରେ ଆମକୁ ଏକାଧିକ ଟିକାକରଣର ଆବଶ୍ୟକ ପଡ଼ିପାରେ ଏବଂ ଏଥିପାଇଁ ଆଗକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଟିକାକରଣ ଏବଂ ବୁଷ୍ଟର୍ ଡୋଜ ‘ବୋଧହୁଏ ଆମକୁ ସାରା ଜୀବନ ଆବଶ୍ୟକ’ ବୋଲି ସେ ଚେତାବନୀ ଦେଇଛନ୍ତି।

COVID-22 ପ୍ରଜାତି ଏକ ବଡ଼ ବିପଦ ଆଣିବାର ସମ୍ଭାବନା ରହିଥିବାରୁ ସେ ବିଶ୍ୱକୁ ପ୍ରସ୍ତୁତ ରହିବାକୁ‌ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.