ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୂଖ୍ୟ କୋଚ ମିସବା ଉଲ ହକ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ମିସବା ଏବେ ଲାହୋର ପ୍ରତ୍ୟାବର୍ତନ କରିପାରିବେ ନାହିଁ ବୋଲି ଜଣାପଡିଛି । ସେ ଜାମାଇକାରେ ୧୦ ଦିନ କ୍ୱାେଂଟାଇନରେ ରହିବେ ।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ୧୦୯ ରନରେ ବିଜୟ ହାସଲ କରି ସିରିଜକୁ ୧-୧ରେ ବରାବର କରିବାରେ ସଫଳ ହୋଇଛି । ୱେଷ୍ଟଇଣ୍ଡିଜରୁ ପାକିସ୍ତାନ ଫେରିବା ବେଳେ କରାଯାଇଥିବା ଟେଷ୍ଟରେ କେବଳ ମିସବାଙ୍କ ରିପୋର୍ଟ ପଜିଟିଭ ଆସିଛି ।
Comments are closed.