ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ । ସେ ଜଣେ ଡ୍ରାଇଭର । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର କେମିତି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ତାଙ୍କର ମୁଣ୍ଡ ଓ ଶରୀର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ ।
ଏହା ଦୁର୍ଘଟଣା, ନା ଆତ୍ମହତ୍ୟା ? ନା କେହି ହତ୍ୟା ପରେ ଟ୍ରେନ୍ ଲାଇନରେ ଫିଙ୍ଗି ଦେଇଛି ? ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ।
Comments are closed.