Latest Odisha News

BREAKING NEWS

ଅନୁଷ୍କାଙ୍କୁ ଘାରିଛି ମୁମ୍ବାଇ ଚିନ୍ତା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ବିସ୍ତାର ଦେଖିବାକୁ ମିଳିଛି। ଏହି ସମୟରେ ଅନୁଷ୍କା ଶର୍ମା ଲଣ୍ଡନରେ ଥାଇ ମଧ୍ୟ ମୁମ୍ବାଇବାସୀଙ୍କ ଲାଗି ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଅନୁଷ୍କା ଶର୍ମା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି।

ସେ ଇନଷ୍ଟାଗ୍ରାମରେ ଏପରି ଲୋକଙ୍କ ଏକ ଗ୍ରାଫ୍ ସେୟାର କରିଛନ୍ତି, ଯେଉଁମାନେ ବିନା ମାସ୍କରେ ଧରାପଡିଛନ୍ତି।ଲୋକଙ୍କୁ ସଚେତନ କରିବା ପାଇଁ ଏହି ଫଟୋ ମୁମ୍ବାଇ ପୋଲିସ ଦ୍ୱାରା ପୋଷ୍ଟ କରାଯାଇଥିଲା।

ଅନୁଷ୍କା ଶର୍ମା ଏପର୍ଯ୍ୟନ୍ତ ଇଂଲଣ୍ଡରୁ ଭାରତ ଫେରି ନାହାଁନ୍ତି କିନ୍ତୁ ନିଜ ଦେଶ ବିଷୟରେ ସମସ୍ତ ଖବର ସେ ରଖୁଛନ୍ତି। ମୁମ୍ବାଇରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

Comments are closed.