Latest Odisha News

BREAKING NEWS

ସମୁଦ୍ରରେ ଫଶିଥିଲେ ମତ୍ସ୍ୟଜୀବୀ, ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ଅଶାନ୍ତ ହୋଇପଡିଛି ସମୁଦ୍ର। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ମତ୍ସଜୀବୀ ଲଘୁଚାପ ପୂର୍ବରୁ ସମୁଦ୍ରରେ ରହି ଯାଇଛନ୍ତି । ଏହିଭଳି ଏକ ବୋଟରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି ପାରାଦୀପ କୋଷ୍ଟଗାର୍ଡ ।

ଗଭୀର ସମୁଦ୍ରରେ ମାଛ ମାରୁଥିବା ମା’ ଶୀତଳ ନାମକ ମାଛଧରା ବୋଟର ଇଞ୍ଜିନ ଖରାପ ହୋଇ ଯାଇଥିଲା । ଅଶାନ୍ତ ସମୁଦ୍ରରେ ବୋଟର ସମସ୍ତ ୧୧ ଜଣ ମତ୍ସ୍ୟଜୀବୀ ବିପଦରେ ପଡିଯାଇଥିଲେ । ଏହି ସମୟରେ ମତ୍ସ୍ୟ ବିଭାଗର ସୂଚନା ପାଇବା ମାତ୍ରେ କୋଷ୍ଟଗାର୍ଡର ଲଢୁଆ ବିମାନ ସହାୟତାରେ ବୋଟର ଲୋକେସନକୁ ଚିହ୍ନଟ କରାଯାଇଥିଲା । ପରେ ସଙ୍ଗେ ସଙ୍ଗେ କୋଷ୍ଟଗାର୍ଡର ଜାହାଜ ଅନମୋଲ ସହାୟତାରେ ସମସ୍ତ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ମତ୍ସ୍ୟଜୀବୀ ସୁସ୍ଥ ଥିବା ସୂଚନା ଦେଇଛି କୋଷ୍ଟଗାର୍ଡ ।

Comments are closed.