Latest Odisha News

BREAKING NEWS

ମହାନଦୀରେ ବନ୍ୟା ଆଶଙ୍କା‌; ଏସ୍‌ଆର୍‌ସି

ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମହାନଦୀ ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ବୁଧବାର କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଗତ ତିନି ଦିନ ଧରି ଛତିଶଗଡରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ବହୁ ମାତ୍ରାରେ ବୃଦ୍ଧି ପାଇଛି।

ତେଲ ନଦୀର ଜଳ ସ୍ତରର ବୃଦ୍ଧିକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ଗତକାଲି ହୀରାକୁଦ ଡ୍ୟାମର ୬ ଟି ସ୍ଲୁଇସ୍ ଗେଟ୍‌ ଖୋଲିଥିଲା। ଯଦିଓ ମହାନଦୀକୁ ତେଲ ନଦୀର ବନ୍ୟା ଜଳ ପ୍ରବାହ ବୁଧବାର ଦିନ ୨.୫ ଲକ୍ଷ କ୍ୟୁସେକରୁ ୧.୭୫ ଲକ୍ଷ କ୍ୟୁସେକ୍‌କୁ ହ୍ରାସ ପାଇଛି, ତଥାପି ଅଧିକ ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

“ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଜି ସକାଳେ ଆଉ ୬ଟି ଗେଟ୍‌ ଖୋଲିଛନ୍ତି। ଯାହା ଫଳରେ ସମଚଦାୟ ୧୨ ଟି ଗେଟ୍‌ରୁ ବନ୍ୟା ଜଳକୁ ମୁକ୍ତ କରାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଲେ ଡ୍ୟାମର ଜଳ ସ୍ତର ବଜାୟ ରଖିବା ପାଇଁ ଆହୁରି ଅଧିକ ଗେଟ୍‌ ଖୋଲାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.