Latest Odisha News

BREAKING NEWS

ମୟୂରଭଞ୍ଜ ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ, ୨ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୟୂରଭଞ୍ଜ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ ନଦୀ । ସାଳନ୍ଦୀର ଜଳସ୍ତର ବୃଦ୍ଧି ପାଇବାରୁ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମରେ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସେହିପରି ବଙ୍ଗାଳି ସାହି ଓ ଘୁଟୁ ସାହିର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଲଗାଣ ବର୍ଷା କାରଣରୁ ଶିମିଳିପାଳରୁ ବାହାରି ଥିବା ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି ।

ଡଙ୍ଗାଡିହା ଗ୍ରାମର ବଙ୍ଗାଳୀ ସାହି, ବଳସାହି ଓ ଘୁଟୁ ସାହିର ଲୋକେ ବର୍ଷା ଦିନେ ନଦୀ ପାରି ହେବାକୁ ବାଉଁଶ ପୋଲ ନିର୍ମାଣ କରିଥିଲେ । କିନ୍ତୁ ବନ୍ୟା ଆସିବାରୁ ୧୧୪ ପରିବାରର ୧୫ଶହ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଲୋକେ ପାଣି ଘେରରେ ଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚିନି ପ୍ରଶାସନ । ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ତେବେ ମଧ୍ୟାହ୍ନରେ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ଏବଂ ଶୁଖିଲା ଖାଦ୍ୟ ସହାୟତାର ହାତ ବଢ଼ାଇଛି ପ୍ରଶାସନ ।

Leave A Reply

Your email address will not be published.