Latest Odisha News

BREAKING NEWS

ଟାଇମ ମ୍ୟାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦି, ମମତା, ପୁନୱାଲା

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଅଦାର ପୁନାୱାଲା ସ୍ଥାନ ପାଇଛି । ବିଭିନ୍ନ ବର୍ଗର ୧୦୦ ବ୍ୟକ୍ତିଙ୍କ ତାଲିକା ଏଥିରେ ଦିଆଯାଇଛି ।

ପ୍ରଭାବଶାଳୀ ନେତା ତାଲିକାରେ ମୋଦି, ମମତାଙ୍କ ବ୍ୟତୀତ ଜୋ ବାଇଡେନ, କମଳା ହ୍ୟାରିସ, ଶି ଜିନପିଙ୍ଗ, ନାଫଟାଲୀ ବେନେଟ ଓ ଡୋନାଲ୍ଡ ଟ୍ରମ୍ପଙ୍କ ପରି ବ୍ୟକ୍ତି ରହିଛନ୍ତି । ତାଲିବାନର ରାଜନୈତିକ ଚେହେରା ମୁଲ୍ଲା ଅବଦୁଲ ଗନି ବରାଦର ମଧ୍ୟ ଏଥିରେ ରହିଛନ୍ତି ।

Leave A Reply

Your email address will not be published.