Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ମିଳିଲା ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି

ପ୍ରକାଶମ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି ମିଳିଛି । ସବୁଠାରୁ ବଡ କଥା ଗଣେଶ ପୂଜା ଅବସରରେ ଏହା ମିଳିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଗବେଷକ ଶିବ ନାଗୀ ରେଡ୍ଡୀଙ୍କ ମତରେ ଗ୍ରାନାଇଟରେ ନିର୍ମିତ ଏହି ମୂର୍ତିର ଲମ୍ବ ୩ଫୁଟ ୬ଇଂଚ, ଚୌଡା ୨ଫୁଟ ୬ ଇଂଚ ଓ ଉଚ୍ଚତା ୬ଫୁଟ । ମହାପ୍ରଭୁ କମଳ ଆସନରେ ପଦ୍ମାଶନ ମୂଦ୍ରାରେ ଗୋଟିଏ ହାତରେ ଲଡୁ ଓ ଅନ୍ୟ ହାତରେ ଦାନ୍ତ ଧରିଛନ୍ତି । ୨ଟି ଯାକ ହାତ ପ୍ରାୟତଃ ଭାଙ୍ଗି ଯାଇଛି ।

ଚୋଲା ବଂଶ ରାଜୁତି କାଳର ଏହି ମୂର୍ତି ବୋଲି ଅନୁମାନ କରାଯାଉଛି । ଏବେ ଏହି ପ୍ରାଚୀନ ମୂର୍ତିକୁ କୋଦନଡା ରାମସ୍ୱାମୀ ମନ୍ଦିରରେ ରଖାଯାଇଛି । ଏଠାରେ ଭକ୍ତମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.