Latest Odisha News

BREAKING NEWS

ବିଶ୍ୱକୁ ମାଡି ଆସୁଛି ବିପଦ; ୟୁଏନର କଡା ଚେତାବନୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀ ପ୍ରି-ଇଣ୍ଡଷ୍ଟ୍ରିଆଲ୍‌ ସ୍ତରରୁ ୨.୭ ଡିଗ୍ରୀ ସେଲସିୟସ ଉତ୍ତାପ ଆଡକୁ ଗତି କରୁଛି।

ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବିଶ୍ବର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ କମ୍ ରହିବା ଉଚିତ। ଯାହା ଜଳବାୟୁ ସଙ୍କଟର ଖରାପ ପ୍ରଭାବକୁ ରୋକିବାରେ ସାହାଯ୍ୟ କରିବ ବୋଲି ସିଏନ୍ଏନ୍ ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ବର୍ତ୍ତମାନର ପୃତିବୀ ‘ବିପର୍ଯ୍ୟୟ’ ଆଡକୁ ଗତି କରୁଛି।

“ଏହା ପ୍ୟାରିସ୍ ଚୁକ୍ତିନାମାର ୧.୫ ଡିଗ୍ରୀ ସେଲସିୟସ୍ ଲକ୍ଷ୍ୟ ହାସଲ କରିବାକୁ ୬ ବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରୁଛି। ଏହି ଲକ୍ଷ୍ୟ ପୂରଣ କରିବାରେ ବିଫଳତା ବହୁ ଜୀବନ ଏବଂ ଜୀବିକା ନେଇପାରେ ବୋଲି ଗୁଟେରସ୍ କହିଛନ୍ତି।

ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ୨.୭ ଡିଗ୍ରୀକୁ ପହଞ୍ଚିପାରେ। ଅଗଷ୍ଟ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ତାପମାତ୍ରା ପୂର୍ବରୁ ୧.୨ ଡିଗ୍ରୀରେ ପହଞ୍ଚିସାରିଛି।

Comments are closed.