Latest Odisha News

BREAKING NEWS

ପାରାଦୀପ ଇଣ୍ଡିଆନ୍ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ଇଣ୍ଡିଆନ୍ ଅଏଲ୍ ଡିପୋରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ଆୟତ୍ତକରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ଆଜି ସକାଳୁ ପାରଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ଡିପୋରେ ଟ୍ରେନ୍ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍‌କୁ ଚାଲୁ କରିବା ସମୟରେ ସ୍ପାର୍କିଂ ହୋଇଥିଲା । ଫଳରେ ନିକଟରେ ଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଆଇଓସିଏଲ୍‌ର ଅଗ୍ନିଶମ ବିଭାଗ, ଓଡିଶା ଅଗ୍ନିଶମ ବିଭାଗ ଓ ଟର୍ମିନାଲ୍ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏ ପର୍ଯ୍ୟନ୍ତ ହୋଇପାରିନି ।

Leave A Reply

Your email address will not be published.