Latest Odisha News

BREAKING NEWS

ଚାଲିଥିଲା ବାଘଛାଲ ଡିଲ୍‌, ମାଡିବସିଲା ବାରିପଦା ବନ ବିଭାଗ

ବାରିପଦା: ମୟୁରଭଂଜ ଜିଲ୍ଲାରେ ଚାଂଚଲ୍ୟ ଖେଳାଇଛି ବାଘଛାଲ ଡିଲ୍ । ଏହି ମାମଲାରେ ବାରିପଦା ବନ ବିଭାଗ ହାତରେ ଧରାପଡିଛନ୍ତି ଦୁଇ ଅଭିଯୁକ୍ତ । ଅଧିକ ତଥ୍ୟ ପାଇଁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି ।

ବାରିପଦାର ଏକ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍ । କୌଣସି ସୁତ୍ରରୁ ଖବର ପାଇ ଆଜି ଅପରାହ୍ନରେ ହୋଟେଲରେ ଚଢାଉ କରିଥିଲେ ବାରିପଦା ରେଂଜ ଅଧିକାରୀ ଓ ଅନ୍ୟ କର୍ମଚାରୀ । ଚଢାଉରେ ବାଘଛାଲ ଜବତ ହେବା ସହ ଜଣେ କ୍ରେତା ଓ ଜଣେ ବିକ୍ରେତାକୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଡୁକୁରା ଖାନୁଆ ଅଂଚଳର ବିକାଶ ବେଣ୍ଟକାର ଓ ବିକାଶ ବିନୟ ସିଂ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଇଂଜିନିଅରିଂ ଛାତ୍ର ଥିବା ଜଣାପଡିଛି । ଅଭିଯୁକ୍ତମାନେ କେଉଁଠୁ ଓ କେଉଁ ସ୍ଥିତିରେ ବାଘ ଛାଲ ଆଣି ଡିଲ୍ କରୁଥିଲେ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ।

Leave A Reply

Your email address will not be published.