Latest Odisha News

BREAKING NEWS

ମୟୂରଭଞ୍ଜରେ ମୃତ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖାଇଗଲେ ପିଇଓ

ମୟୂରଭଞ୍ଜ : ମୃତ ବ୍ୟକ୍ତିର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚଳୁ କରୁଛନ୍ତି ପଞ୍ଚାୟତ କାର୍ଯ୍ୟ ନର୍ବାହି ଅଧିକାରୀ ।  ଏପରି ଗୁରୁତର ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ଚୁହାଟ ଗ୍ରାମ ପଞ୍ଚାୟତରୁ । ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କ ଟିପ ଚିହ୍ନରେ ସରକାରୀ ଖାତାରୁ ଟଙ୍କା ଉଠାଉଛନ୍ତି ପିଇଓ । ଜଣେ କି ଦୁଇଜଣ ନୁହେଁ ଏକାଧିକ ମୃତ ବ୍ୟକ୍ତଙ୍କ ନାଁରେ ଟଙ୍କା ଉଠାଣ ହେଉଥିବା ଚାଞ୍ଚଲ୍ୟ କର ତଥ୍ୟ ପଦାକୁ ଆସିଛି ।

ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ଚୁହାଟ ଗ୍ରାମପଞ୍ଚାୟତରେ ମୃତବ୍ୟକ୍ତି ହରିହର ପୃଷ୍ଟି,କିରଣ ବାଳା ସାହୁ,ଲସ ବେସରା,ବୁଦ୍ଧିଆ ମାର୍ଣ୍ଡି ଙ୍କ ଟଙ୍କା ପିଇଓ ଖାଇଯାଉଛନ୍ତି ବୋଲି ଅଭିଯୋଗ ଆସିଛି ।୨୦ ମାସ ପୂର୍ବରୁ ନୂତନ ଭାବେ ମଞ୍ଜୁର ହୋଇଥିବା ଭତ୍ତା ସମ୍ବାରି ହେମ୍ବ୍ରମ ଓ ମାଥା ନାୟକଙ୍କର ଟଙ୍କା ମଧ୍ୟ ସେମାନଙ୍କୁ ନଦେଇ ଚୁହାଟ ପଞ୍ଚାୟତର ପିଇଓ ଅଶୋକ ମାହାନ ଚଞ୍ଚକତା କରି ଉଠାଇନେଇଥିଲେ ।

ମୃତ ଲୋକ ନାଁ ରେ ବାର୍ଦ୍ଧକ୍ୟ ଭତ୍ତା ହଡପର ସାଙ୍ଘାତିକ ତଥ୍ୟ ସୁଳିଆପଦା ବ୍ଲକର ଏକ୍ସ ଚେୟାରମ୍ୟାନକାଜଲ ମାର୍ଣ୍ଡି ,ମିଶନ ଶକ୍ତିର ବିଆଇଏଫ୍ ସେକ୍ରେଟାରୀ ମନ୍ଦାକିନି ପୃଷ୍ଟି ଚୁହାଟ ପଞ୍ଚାୟତର ପିପି ମେମ୍ବର ଓ ପ୍ରତ୍ୟେକ ୱାର୍ଡର ସଭ୍ୟ ଓ ପଞ୍ଚାୟତର ଜନସାଧରଣଙ୍କ ଉପସ୍ଥିତିରେ ଖୁଲାସା ହୋଇଥିଲା । ଏପରି ଅଭିଯୋଗ ପରେ ଉପଜିଲ୍ଲାପାଳ କାର୍ଯ୍ୟଳୟର ଜଣେ ଅଧିକାରୀ ଆସି ଯାଞ୍ଚ କରିଥିଲେ।

ସରକାରୀ ନିୟମ ଅନୁସାରେ ବାର୍ଦ୍ଦକ୍ୟ ଭତ୍ତା ହିତାଧିକାରିଙ୍କ ଟିପ ଚିହ୍ନ ନେଲା ପରେ ପୈଠ କରାଯାଏ । ଏହି ସମୟରେ ୱାର୍ଡ ମେମ୍ବରଙ୍କ ଉପସ୍ଥତିରେ ଟଙ୍କା ବାଣ୍ଟିବାର ନିୟମ ରହିଛି । ତେବେ କିପରି ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଣ କରାଯାଉଥିଲା । ଏହା ସବୁଠାରୁ ବଡ ପ୍ରଶ୍ନ।। ଭତ୍ତ ଖାଉଥିବା ପିଇଓଙ୍କ ନାଁ ରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.