Latest Odisha News

BREAKING NEWS

ମୟୂରଭଞ୍ଜ: ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବାରିପଦାର ୨ଜଣ ବ୍ୟକ୍ତି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି ।

ଏହି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସର ଡ୍ରାଇଭରକୁ ସ୍ଥାନୀୟ ବାସିନ୍ଦା ଧରି ପୋଲିସ ଜିମାରେ ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.