କଟକ: ପାର୍ବଣ ସିଜିନ୍ ଆରମ୍ଭ ହୋଇଛି । ଆଗକୁ ଆସୁଛି ଦଶହରା । ଏହି ସମୟରେ କେହି ଚାନ୍ଦା ମାଗୁଥିଲେ ସତର୍କ ଓ ସାବଧାନ ହୋଇ ଯାଆନ୍ତୁ । ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଚେତେଇ ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ ଜନସାଧାରଣଙ୍କୁ ସେ ଅପିଲ୍ କରିଛନ୍ତି ।
କେହି ଜୋରଜବରଦସ୍ତି ଚାନ୍ଦା ମାଗୁଥିଲା ସୂଚନା ଦେବାକୁ କହିଛନ୍ତି କଟକ ଡିସିପି । ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସୂଚନାକାରୀଙ୍କ ନାଁ ଗୋପନ ରଖାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ପାର୍ବଣ ଆସିଲେ ବିଭିନ୍ନ ସ୍ଥାନରେ ଲୋକଙ୍କଠାରୁ ଜୋର ଜବରଦସ୍ତି ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ହୋଇଥାଏ ।
କଟକ ସହରର ଜନସାଧାରଣଙ୍କୁ ଅନୁରୋଧ ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ସଂଗ୍ରହ କରାଯାଉଥିଲେ ଆମକୁ ତୁରନ୍ତ ଅବଗତକରନ୍ତୁ। ଆମେ ଆପଣଙ୍କ ପରିଚୟ ଗୋପନ ରଖିବାସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଅଛୁ ଏବଂ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ। pic.twitter.com/TfLajHA8wd
— DCP CUTTACK (@dcp_cuttack) September 30, 2021
Comments are closed.