Latest Odisha News

କେନ୍ଦ୍ରର ବଡ଼ ବଡ଼ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ବୁଧବାର ଦିନ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ନବୀନ ଗଞ୍ଜାମ ଜିଲ୍ଲାର କାଇଁଶୀଠାରେ ଏକ ନିର୍ବାଚନୀ ସମାବେଶରେ ଉଦବୋଧନ ଦେବା ଅବସରରେ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ବାତ୍ୟା ତିତିଲି ତଥା ମରୁଡ଼ି ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ସାହାଯ୍ୟ କରିନଥିବା ଦର୍ଶାଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତିି ।

ସେ ଗୋପାଳପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ମଧ୍ୟ ପ୍ରଚାର କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶାଳ ନିର୍ବାଚନୀ ପ୍ରଚାର ସଭାରେ ଆହୁରି ମଧ୍ୟ କହିଥିଲେ, କେନ୍ଦ୍ରର ବଡ଼ ବଡ଼ ନେତାମାନେ ଓଡ଼ିଶାକୁ ଆସି କେବଳ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି । ସେମାନେ ବିଦେଶାଗତ ପକ୍ଷୀ, କେବଳ ଫାଇଦା ହାସଲ ଲାଗି ନିର୍ବାଚନ ସମୟରେ ଓଡ଼ିଶାକୁ ଆସିଥାଆନ୍ତି ।

ବର୍ଷକ ମଧ୍ୟରେ ଏକ କୋଟି ତଥା ୫ବର୍ଷରେ ୧୦ କୋଟି ନିଯୁକ୍ତି ନେଇ କେନ୍ଦ୍ରସରକାର ଉପରେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରର ସମସ୍ତ ପ୍ରତିଶୃତି ମିଥ୍ୟା ବୋଲି ଦର୍ଶାଇଛନ୍ତି ନବୀନ ।

ଏହାବ୍ୟତୀତ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କ୍ୟାଟେଗୋରୀ, ମହିଳା ସଂରକ୍ଷଣ ବିଲ୍ ତଥା ଚାଷୀ ବୀମା ଉପରେ କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଥିଲେ ।

ଏହି ନିର୍ବାଚନୀ ସଭା ଅବସରରେ ନବୀନ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହୀତକାରୀ ଯୋଜନାର ସଫଳତା ସମ୍ପର୍କରେ ଅବଗତ କରିଥିଲେ । କାଳିଆ ଯୋଜନା ସମ୍ପର୍କରେ ନବୀନ କହିଥିଲେ, ଏପର୍ଯ୍ୟନ୍ତ ୪୦ ଲକ୍ଷ କୃଷକ ଓଡ଼ିଶାରେ ଆର୍ଥିକ ସହାୟତା ପାଇ ପାରିଛନ୍ତି, ଆଗାମୀ ଦିନରେ ଆହୁରି ୨୦ ଲକ୍ଷ ହିତାଧିକାରୀ ତାଲିକାରେ ଅନ୍ତଭୃକ୍ତ ହେବେ ।

ନବୀନ ନିର୍ବାଚନ ଲାଗି ନିର୍ମିତ ଏକ ସ୍ୱତନ୍ତ ପ୍ରଚାର ଗାଡ଼ି ମାଧ୍ୟମରେ ଭୋଟ ପ୍ରଚାର କରିଥିଲେ ।

Leave A Reply

Your email address will not be published.