ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ପୁଣି ଥରେ ମହଙ୍ଗା ହୋଇଛି। ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଅକ୍ଟୋବର ୬ ଅର୍ଥାତ୍ ବୁଧବାର ଦିନ ପୁଣି ଥରେ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ ରେ ମାତ୍ର ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।
ବୁଧବାର ସବସିଡିଯୁକ୍ତ ଗ୍ୟାସ୍ ସମେତ ସମସ୍ତ ବର୍ଗରେ ଏଲ୍ପିଜି ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି କରାଯାଇଛି।
୫ କିଲୋଗ୍ରାମ ସିଲିଣ୍ଡରର ନୂତନ ହାର ବର୍ତ୍ତମାନ ୫୦୨ ଟଙ୍କା ରହିଛି। ଆଜିଠାରୁ ନୂତନ ହାର କାର୍ଯ୍ୟକାରୀ ହେଉଛି।
ରିପୋର୍ଟ ଅନୁଯାୟୀ ସବସିଡିଯୁକ୍ତ ତଥା ଅଣ ସବସିଡିଯୁକ୍ତ ଏଲପିଜି ବର୍ତ୍ତମାନ ଦିଲ୍ଲୀର ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୮୯୯.୫୦ ଟଙ୍କା ରହିଛି।
ସବସିଡିଯୁକ୍ତ ଏବଂ ଅଣ ସବସିଡିଯୁକ୍ତ ଏଲପିଜି ହାର ସେପ୍ଟେମ୍ବର ୧ରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।
ସବସିଡିଯୁକ୍ତ ଏଲପିଜି ମୂଲ୍ୟରେ ସର୍ବଶେଷ ବୃଦ୍ଧି ବର୍ତ୍ତମାନ ଜାନୁଆରୀ ୧ ରୁ ସିଲିଣ୍ଡର ପିଛା ୨୦୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
Comments are closed.