Latest Odisha News

ଓଡ଼ିଶାରେ ମେ’ରୁ ଆରମ୍ଭ ହେବ ଧୋନୀଙ୍କ ‘କ୍ରିକେଟ୍ କ୍ଲିନିକ୍’

କଟକ : କ୍ରିକେଟ ପ୍ରେମୀ ତଥା ଏମ୍ ଏସ୍ ଧୋନୀଙ୍କ ପ୍ରଶଂସକମାନଙ୍କ ଲାଗି ଖୁସି ଖବର । ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍ ଏକାଡେମୀ ପକ୍ଷରୁ ଆଗାମୀ ମାସରେ ଓଡିଶାରେ ‘କ୍ରିକେଟ୍ କ୍ଳିନିକ୍’ ଖୋଲିବ ।

ଏହି କ୍ରିକେଟ୍ କ୍ଲିନିକ୍ ମାଧ୍ୟମରେ ଏକାଡେମୀ ନବୋଦୟ କ୍ରିକେଟ୍ ଖେଳାଳୀଙ୍କୁ ଚୟନ କରିବେ ଏବଂ ପରେ ସେମାନଙ୍କୁ ଏମ୍ ଏସ୍ ଧୋନୀ କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ । ଧୋନୀ ଏବଂ ଭାରତୀୟ କ୍ରିକେଟ୍ ଦଳର କିଛି ଖେଳାଳୀମାନେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦେବେ ।

ସୂଚନାଯୋଗ୍ୟ, ପୂର୍ବ ଭାରତରେ ଖେଳାଳୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମେ ୨୫ ତାରିଖରୁ ଓଡିଶାରେ କ୍ରିକେଟ୍ କ୍ଲିନିକ୍ ଆରମ୍ଭ ହେବ । ଏହି କ୍ରିକେଟ୍ କ୍ଲିନିକ୍ କଟକ, ଭୁବନେଶ୍ୱର ଏବଂ ସମ୍ବଲପୁରରେ ଆରମ୍ଭ ହୋଇପାରେ । ଯଦିଓ ଫିଲ୍ଡ ଚୟନ ପ୍ରକ୍ରିୟା ଏଯାଏଁ ଚୂଡାନ୍ତ ହୋଇନାହିଁ, ତେବେ କଟକର ନିମପୁର ପଡିଆ, ଭୁବନେଶ୍ୱରର କିଟ୍ ଷ୍ଟାଡିୟମ୍ ଏବଂ ସମ୍ବଲପୁରର ବିଏସଏସ୍ ଷ୍ଟାଡିୟମକୁ ବଛାଯାଇପାରେ ।

ଆହୁରି ମଧ୍ୟ ଫିଲ୍ଡ୍ ଚୟନ ପ୍ରକ୍ରିୟା ଅରକା ସ୍ପୋଟର୍ସ ମ୍ୟାନେଜମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆରମ୍ଭ କରାଯାଇଛି । ଯିଏକି ଏମଏସ୍ ଦୋନୀ ଏକାଡେମୀକୁ ପରିଚାଳନା କରୁଛି ।

ଏହି କ୍ଲିନିକ୍ କଟକରେ ମେ ୨୫ ତାରିଖରୁ ମେ ୩୧ ଯାଏଁ ଓ ସମ୍ବଲପୁରରେ ଜୁନ୍ ୧୨ରୁ ୧୯ ଯାଏଁ ଖୋଲିବ । ଆହୁରି ମଧ୍ୟ ଭୁବନେଶ୍ୱରରେ ଉଦଘାଟନୀ ତାରିଖ ଏଯାବତ୍ ଚୂଡାନ୍ତ କରାଯାଇନହିଁ ।

ଏହି କ୍ଲିନିକ୍ ୭ ଦିନ ଚାଲିବାକୁ ଥିବାବେଳେ ଏହି ୭ ଦିନ ମଧ୍ୟରେ ଯେଉଁ ଖେଳାଳୀ ଭଲ ପ୍ରଦର୍ଶନ କରିବେ, ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ଏମଏସ୍ ଧୋନୀ ଏକାଡେମୀକୁ ପଠାଯିବ ।

ଓଡିଶାରେ ଥିବା କ୍ରିକେଟ୍ ପ୍ରତିଭାମାନଙ୍କୁ ଏହି ଏକାଡେମୀ ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି ଏକାଡେମୀର ଜଣେ ସଦସ୍ୟ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.