Latest Odisha News

ଆଜି, ଏପ୍ରିଲ୍‍ ୫ରେ ରହସ୍ୟମୟ ଭାବେ ଛାତରୁ ଖସିପଡ଼ିଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଛବିଶ ବର୍ଷ ତଳେ ଆଜି ତାରିଖରେ ଅର୍ଥାତ୍‍ ୫ ଏପ୍ରିଲ୍‍ ୧୯୯୩ରେ ନିଜ ମୁମ୍ବାଇସ୍ଥିତ ଚାରିମହଲା ଘରର ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଥିଲେ ସେ ସମୟର ସବୁଠାରୁ ଚର୍ଚ୍ଚିତା ଓ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀ ।

ନିଜର ଅନୁପମ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦକ୍ଷତା ପାଇଁ ସେ ଥିଲେ ନବେ ଦଶକର ସବୁଠୁ ବ୍ୟସ୍ତ, ଲୋକପି୍ରୟ ଓ ହାଇଏଷ୍ଟ-ପେଡ୍‍ ସିନେ ନାୟିକା । ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ ବି ସେ ଲକ୍ଷଧିକ ସିନେପ୍ରେମୀଙ୍କ ହୃଦୟରେ ଆଜି ରାଣୀ ହୋଇ ରହିଛନ୍ତି ।

ଦିବ୍ୟା ଭାରତୀ ପ୍ରଥମେ ମଡେ଼ଲିଂ କରୁଥିଲେ । ପରେ ପାଦ ଦେଇଥିଲେ ବଲିଉଡ୍‍ରେ । ନିଜର କଳାଦକ୍ଷତା ଯୋଗୁଁ ମାତ୍ର ୧୪ ବର୍ଷ ବୟସରେ ବଲିଉଡର ଜଣେ ବ୍ୟସ୍ତତମ ନାୟିକା ପାଲଟି ଯାଇଥିଲେ ସେ । ସନି ଦେଓଲଙ୍କ ବିପକ୍ଷରେ ୧୯୯୨ରେ ନିର୍ମିତ ‘ବିଶ୍ୱାତ୍ମା’ ଥିଲା ତାଙ୍କର ପ୍ରଥମ ସିନେମା । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ମାତ୍ର ବର୍ଷକ ଭିତରେ, ଅର୍ଥାତ୍‍ ୧୯୯୩ ସୁଦ୍ଧା ସେ ୧୪ଟି ଫିଲ୍ମରେ ସଫଳତାର ସହ କାମ କରିସାରିଥିଲେ, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଏଯାବତ୍‍ ଏକ ଅତୁଟ ରେକର୍ଡ ।

ମାତ୍ର ୧୯ ବର୍ଷ ବୟସରେ ବାଲକୋନିରୁ ଖସିପଡ଼ି ସେ ରିଅଲ୍‍ରୁ ସବୁଦିନ ପାଇଁ ରିଲ୍‍ ଜଗତକୁ ଚାଲିଯାଇଥିଲେ । ୧୯୯୨ରେ ସେ ସାଜିଦ୍‍ ନଦିଆଦୱାଲାଙ୍କୁ ବିବାହ କରିଥିଲେ । ତାଙ୍କ ଅଭିନିତ ‘ସାତ୍‍ ସମୁନ୍ଦର୍‍ ପାର୍‍’ ଗୀତଟି ଦୀର୍ଘ ୨୦ ବର୍ଷ ଧରି ଲୋକପି୍ରୟ ଗୀତ ଭାବେ ଇଣ୍ଡଷ୍ଟ୍ରୀରେ ରାଜ୍‍ କରିଆସିଥିଲା । ‘କ୍ଷତ୍ରିୟ’ ଥିଲା ତାଙ୍କ ଅଭିନୀତ ଶେଷ ସିନେମା ।

ତାଙ୍କର ମୃତ୍ୟୁ ଯଦିଓ ଏବେବି ଏକ ରହସ୍ୟ ହୋଇ ରହିଛି, ତାଙ୍କର ଯାଦୁକରୀ ଅଭିନୟ କିନ୍ତୁ ସିନେପ୍ରେମୀଙ୍କ ହୃଦୟରେ ଚିର ଅମଳିନ ରହିବ, ସଂଦେହ ନାହିଁ ।

Leave A Reply

Your email address will not be published.