Latest Odisha News

BREAKING NEWS

ଗମ୍ଭୀର ହେଉଛି ବିଦ୍ୟୁତ ସଙ୍କଟ; ଅନ୍ଧାର ହୋଇଯିବ ଭାରତ!

ନୂଆଦିଲ୍ଲୀ: ଭାରତରେ କୋଇଲା ଅଭାବ ହେତୁ ବିଦ୍ୟୁତ୍ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କରୋନା  ମହାମାରୀ ପରେ ବର୍ତ୍ତମାନ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି। ଫଳସ୍ୱରୂପ, କୋଇଲାରୁ ଉତ୍ପାଦିତ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି।

BjdElectrycity

ଅନ୍ୟପଟେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ର ଷ୍ଟକ୍ ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଦେଶରେ ଆଗକୁ ଭୟଙ୍କର ବିଜୁଳି ସଙ୍କଟ ଦେଖାଦେବ ବୋଲି ଆଶଙ୍କା କରାଯାଉଛି। ଦେଶରେ କୋଇଲା ଅଭାବ ଦେଖାଗଲାଣି। ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି। କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍ ଉତ୍ପାଦନ ଉପରେ ଏହାର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

କାରଣ କୋଇଲା ଆମ ଦେଶରେ ବିଦ୍ୟୁତର ମୁଖ୍ୟ ଉତ୍ସ। ଅର୍ଥାତ୍ ଭାରତରେ ଉତ୍ପାଦିତ ବିଦ୍ୟୁତର ୭୦ ପ୍ରତିଶତ କୋଇଲାରୁ ଆସିଥାଏ। ଦେଶରେ କୋଇଲା ଚାଳିତ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଚାରି ଦିନର ଷ୍ଟକ୍ ବାକି ଅଛି ଏବଂ କୌଣସି ସ୍ଥାନରେ ଦୁଇ ଦିନ ପାଇଁ ବାକି ଥିବା କୁହାଯାଉଛି। ଯଦି କୋଇଲା ସଙ୍କଟ ଶୀଘ୍ର ସମାଧାନ ନହୁଏ ତେବେ ଅଧା ଦେଶରେ ଅନ୍ଧକାରର ସମ୍ମୁଖୀନ ହୋଇପାରନ୍ତି।

ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଏହାର ଗଭୀର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ “ଶକ୍ତି ସଙ୍କଟ” ବିଷୟରେ ଚିଠି ଲେଖିଛନ୍ତି ଜଣାଇଥିବା ମଧ୍ୟ ସୂଚନା ମିଳିଛି।

Leave A Reply

Your email address will not be published.