Latest Odisha News

BREAKING NEWS

ଗାଁକୁ ଫେରିଲା ଦାଦନର ମୃତ ଦେହ

କଳାହାଣ୍ଡି : ଶେଷରେ ଗାଁକୁ ଫେରିଲା ଦାଦନର ମୃତ ଦେହ । କିଛି ମାସ ତଳେ କାମ ଖୋଜି ବାହାରକୁ ଯାଇଥିଲେ । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି କାଦୋପଦରର ବନ ମାଝୀ । ହାଇଦ୍ରାବଦାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁରୋଧ ଅନୁଦସାରେ ଶେଷରେ ବନଙ୍କର ମୃତ ଦେହ ତାଙ୍କର ଗାଁକୁ ଫେରିଛି ।

ତେବେ ଘଟଣା ନେଇ ବନଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଆଣିଛନ୍ତି ଅଭିଯୋଗ । ଗାଁର କିଛି ବ୍ୟକ୍ତିଙ୍କ ସହ ବନ କାମ ଖୋଜିବାକୁ ହାଇଦ୍ରାବଦ ଯାଇଥିଲେ । ସେଠାରେ ସେ ଦାଦନ ଭାବେ କାମ କରୁଥିଲେ । କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ଜଣାନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ବନଙ୍କ ବାପା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.