ପୁରୀ : ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ତିଥି । ଏହାସହ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ । କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଆଳତି ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାସହ ଶ୍ରୀମନ୍ଦିରରେ ଏଣିକି ପ୍ରତିଦିନ ବାଳ ଭୋଗ ଅନୁଷ୍ଠିତ ହେବ । ବିଶ୍ବାସ ରହିଛି, ଏହି ଦୁର୍ଲଭ ବେଶରେ ମାସ ତମାମ ଦର୍ଶନ କରି ପୂଜାର୍ଚ୍ଚନା ଓ ବ୍ରତ ପାଳନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ଆଜିଠାରୁ ପୁରୀରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମହା କାର୍ତ୍ତିକ ବ୍ରତ ପାଳନ କରିଛନ୍ତି । ଯଦିଓ କାର୍ତ୍ତିକ ମାସର ଆରମ୍ଭରୁ ବ୍ରତ ପାଳନ ଦେଖିବାକୁ ମିଲିଥାଏ । ମାତ୍ର ଅନେକ ଶ୍ରଦ୍ଧାଳୁ ବିଶେଷ କରି ସେବାୟତ ପରିବାରର ବିଧବା ମହିଳା ମାନେ ଆଜିଠାରୁ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।
BREAKING NEWS
- ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ

Comments are closed.