ପୁରୀ : ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ତିଥି । ଏହାସହ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ । କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଆଳତି ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାସହ ଶ୍ରୀମନ୍ଦିରରେ ଏଣିକି ପ୍ରତିଦିନ ବାଳ ଭୋଗ ଅନୁଷ୍ଠିତ ହେବ । ବିଶ୍ବାସ ରହିଛି, ଏହି ଦୁର୍ଲଭ ବେଶରେ ମାସ ତମାମ ଦର୍ଶନ କରି ପୂଜାର୍ଚ୍ଚନା ଓ ବ୍ରତ ପାଳନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ଆଜିଠାରୁ ପୁରୀରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମହା କାର୍ତ୍ତିକ ବ୍ରତ ପାଳନ କରିଛନ୍ତି । ଯଦିଓ କାର୍ତ୍ତିକ ମାସର ଆରମ୍ଭରୁ ବ୍ରତ ପାଳନ ଦେଖିବାକୁ ମିଲିଥାଏ । ମାତ୍ର ଅନେକ ଶ୍ରଦ୍ଧାଳୁ ବିଶେଷ କରି ସେବାୟତ ପରିବାରର ବିଧବା ମହିଳା ମାନେ ଆଜିଠାରୁ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।
BREAKING NEWS
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
Comments are closed.