ମାଲକାନଗିରି: ଉପାନ୍ତ ଅଞ୍ଚଳ ମାଲକାନଗିରିରେ ପୁଣି ବଢ଼ିଲା ତୈଳ ଦର। କାଲିମେଳା ଅଞ୍ଚଳରେ ତେଲ ଦର ସେଞ୍ଚୁରି ମାରିଥିବାବେଳେ ଏବେ ୧୧୩ଟଙ୍କା ବୃଦ୍ଧି ପାଇ ପୁଣି ରେକର୍ଡ଼ ସୃଷ୍ଟି କରିଛି। ହେଲେ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ବୃଦ୍ଧି ପାଉଥିବା ଦର ସମସ୍ତଙ୍କ ଚକିତ କରୁଛି।
କରୋନା ମହାମାରୀ ମାଡ଼ରେ ଗରିବ ଲୋକେ ଅଣ୍ଟା ସଳଖି ହୋଇ ଛିଡ଼ା ହେବା ପାଇଁ ଏଯାଏଁ ସକ୍ଷମ ହୋଇନାହାନ୍ତି। ସେପଟେ ଲିଟର ପେଟ୍ରୋଲ ପାଇଁ ୧୧୩ଟଙ୍କା କେଉଁଠୁ ଯୋଗାଡ଼ କରିବେ ବୋଲି ଲୋକେ କହିଛନ୍ତି। ଅନ୍ୟପଟେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ସୁକୁମା ଜିଲ୍ଲାରେ ତୈଳ ଦର ୫ରୁ ୬ଟଙ୍କା କମ୍ ରହିଛି। ତୈଳ ଦର ବୃଦ୍ଧି କାରଣରୁ ଲୋକେ ଚିନ୍ତାରେ ପଡ଼ିଥିବାବେଳେ ସରକାରଙ୍କ ନିଦ କେବେ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା।
Comments are closed.