Latest Odisha News

BREAKING NEWS

ମମିତା ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ?

ଭୁବନେଶ୍ୱର: ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ? ସବୁ କ୍ଷେତ୍ରରେ ସିବିଆଇ କଣ ଠିକ୍ ତଦନ୍ତ କରିଛି ? ରାଜ୍ୟ ପୁଲିସରେ ଭଲ ଅଧିକାରୀ ଅଛନ୍ତି, ସେମାନେ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଦୋଷୀ କେବେ ଖସି ଯିବନି ।  ବିରୋଧୀ ଯାହା ଦାବି କରିବେ ସରକାର କ’ଣ ସେୟା କରିବେ ? ମନ୍ତ୍ରୀ ଇସ୍ତଫା ଦେଲେ କ’ଣ ନ୍ୟାୟ ମିଳିବ ? ପ୍ରାଇଭେଟ୍ ସ୍କୁଲକୁ ସରକାର ଅନୁକମ୍ପା ଦିଅନ୍ତି । ନିରପେକ୍ଷ ତଦନ୍ତ ଚାଲିଛି, ଯିଏ ଦୋଷୀ ସେ ଦଣ୍ଡ ପାଇବ ।

ସେପଟେ, କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଏହି ମାମଲାର ଏସଆଇଟି ତଦନ୍ତ ଦାବି କରିଛନ୍ତି । ଏହା ସହ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ମମିତା ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହୁଅନ୍ତି ତେବେ ପୁଣି ମନ୍ତ୍ରୀ ପଦକୁ ଫେରି ପାରିବେ ।

କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ଅଛନ୍ତି, ସେପର୍ଯ୍ୟନ୍ତ ତଦନ୍ତ ବାଟବଣା ହେବ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦିବ୍ୟଶଙ୍କର ।

Leave A Reply

Your email address will not be published.