Latest Odisha News

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରାଯାଇଛି ।

ଘଟଣାର ସିବିଆଇ ତଦନ୍ତ ଏବଂ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଏହି ଘଟଣାରେ ସମ୍ପୃକ୍ତି ଦାବି କରି ଜିଲ୍ଲା ପରିବର୍ତ୍ତନ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଏନେଇ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

Leave A Reply

Your email address will not be published.