Latest Odisha News

ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ନେବ ୩୭ହଜାର କୋଟି !

ମୁମ୍ବାଇ: ଏଥର ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ରେକର୍ଡ ଡିଲ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ବିଶେଷଜ୍ଞଙ୍କ ମତରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସ ପାଇଁ ବୋର୍ଡ ୫୦୦ କୋଟି ଡଲାର ( ୩୭ ହଜାର କୋଟି) ମୂଲ୍ୟ ରଖିପାରେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ବିସିସିଆଇ ଏଥିପାଇଁ ୧୬୩୭୪,୫୦ କୋଟି ଟଙ୍କା ଷ୍ଟାର ଇଣ୍ଡିଆଠାରୁ ନେଇଥିଲା । ସେହିପରି ୨ଟି ନୂତନ ଟିମ ପାଇଁ ବୋର୍ଡକୁ ୭ରୁ ୧୦ ହଜାର କୋଟି ଟଙ୍କା ମିଳିପାରେ ।

ବିସିସିଆଇ ୨ଟି ନୂଆ ଟିମ ପାଇଁ ୨୦୦୦ କୋଟି ବେସ ପ୍ରାଇସ ରଖିଛି । ନୂତନ ଟିମ ପାଇଁ ଭାରତର ୨ଜଣ ପୂର୍ବତନ ଷ୍ଟାର ଖେଳାଳି ଆଗ୍ରହ ପ୍ରକାଶ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଏଥିନେଇ ମହେନ୍ଦ୍ର ସିଂ ଧୋନୀ କିମ୍ବା ସଚିନ ତେନ୍ଦୁଲକର ନାମ ଉଠୁଛି । ତେବେ ଏହି ଖବରର ସତ୍ୟତା ନେଇ ଆମେ କୌଣସି ଦାବୀ କରୁ ନାହୁଁ ।

Leave A Reply

Your email address will not be published.