Latest Odisha News

ଟସ ଜିତିଲା ପାକିସ୍ତାନ, ଭାରତର ପ୍ରଥମେ ବ୍ୟାଟିଂ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଆଉ କିଛି ମିନିଟ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯିବ । ଏହି ହାଇ ଭୋଲଟେଜ ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ବିରାଟ କୋହଲି ନେତୃତ୍ୱାଧୀନ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ । ପାକିସ୍ତାନ ଚୂଡାନ୍ତ ଏକାଦଶରୁ ହାଇଦର ଅଲୀଙ୍କୁ ବାଦ ଦେଇଥିବା ବେଳେ ଭାରତ ଈଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର ଓ ଚହରଙ୍କୁ ଖେଳାଉ ନାହିଁ ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତି, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାହ ।
ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫକର ଜାମନ, ମହମ୍ମଦ ହାଫିଜ, ଶୋଏବ ମଲିକ, ଅସିଫ ଅଲୀ, ଶାଦବ ଖାଁ, ଇମାଦ ୱାସିମ, ହାସନ ଅଲୀ, ହ୍ୟାରିଶ ରୌଫ, ଶାହୀନ ଶାହ ଆଫ୍ରିଦୀ ।

Leave A Reply

Your email address will not be published.