ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି ଅନ୍ତର୍ଗତ ଡୁମଡୁମାରେ ବିରାଟ ଫର୍ଣ୍ଣିଚର ସୋରୁମ୍ ଅଛି । ଏହି ସୋରୁମ୍ ୦.୨୫୦ ଏକର ଜମିରେ ଠିଆ ହୋଇଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ।
୨୦୧୯ ମସିହାରେ ପଞ୍ଜିକୃତ ହୋଇଥିଲା । ୧୮ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଫର୍ଣ୍ଣିଚର ସୋରୁମ୍ ରହିଛି । ବିରାଟକାୟ ସୋରୁମ୍ କରିଥିଲେ ପ୍ରସନ୍ନ ବେହେରା । ଭିଜିଲାନ୍ସ ଟେକ୍ନିକାଲ୍ ଓ୍ୱିଙ୍ଗ ବର୍ତ୍ତମାନ ବିଲଡିଂର ମୂଲ୍ୟ କେତେ ହେବ ଆକଳନ କରୁଛନ୍ତି । ସେହିପରି ଭିଜିଲାନ୍ସର ଫିନାନ୍ସ ଓ ଫରେଷ୍ଟ ଓ୍ୱିଙ୍ଗ ସୋରୁମରେ ଥିବା ଜିନିଷର ଆକଳନ କରୁଛନ୍ତି ।
ମହଙ୍ଗା ଫର୍ଣ୍ଣିଚର ସବୁ ମହଜୁଦ ରହିଛି । ପ୍ରସନ୍ନ ଏତେବଡ଼ ପ୍ଲଟ କେଉଁଠି ଓ କେଉଁ ସୂତ୍ରରେ କିଣିଥିଲେ ? କିଭଳି ଏତେ ବଡ଼ ସୋରୁମ୍ ନିର୍ମାଣ କଲେ ? ମୂଲ୍ୟବାନ ଫର୍ଣ୍ଣିଚର ରଖିବାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଭିଜିଲାନ୍ସ । ଆଜି ଏକକାଳୀନ ପ୍ରସନ୍ନ ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଜାରି ରହିଛି ।
BREAKING NEWS
- ହାଇ ବିପି ଔଷଧ ଖାଉଛନ୍ତି କି? କ୍ୟାନସର ହେବା ନେଇ ଡବ୍ଲ୍ୟୁଏଚଓ ର ବଡ଼ ଚେତାବନୀ
- ଓଡ଼ିଶାରେ ଲୁହାପଥର ଖୋଳିବ କୋଲ୍ ଇଣ୍ଡିଆ
- Vigilance raids: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର
- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ: ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍
- ଭାରତ-ଶ୍ରୀଲଙ୍କା ଟେଷ୍ଟ ଇତିହାସ: ରନରେ ସଚିନ, ୱିକେଟରେ ମୁରଲୀଧରନ ଶୀର୍ଷରେ
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ଆବେଦନ ଫେରାଇ ନେଲେ ପତ୍ନୀ ସଙ୍ଗୀତା
- ଇଏମଆଇରେ କିଣାଯାଇଥିବା ଫୋନର ଦେୟ ନଦେଇପାରିଲେ କଣ ହେବ, RBI ଘୋଷଣା କଲା ନିୟମ
- ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା
- ଫୁଡ୍ ପ୍ରୋସେସିଂ ହବ୍ ହେବ ଓଡ଼ିଶା
- ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ; କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ଆଣିଲେ…

Comments are closed.