Latest Odisha News

BREAKING NEWS

ପ୍ରଭୁ ଶ୍ରୀରାମଙ୍କ ଗୁପ୍ତ ନୀତି ଲାଗି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ଜାରି ସୂଚନା ଅନୁଯାୟୀ ଆଜି ରାମ ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଗର୍ଭୋଦକ (ଭୋଗ)ଅନୁଷ୍ଠିତ ହେବ । ଏହି ଅବସରରେ ସେବାୟତମାନେ ଗୁପ୍ତ ନୀତି ସହ ପୂଜା ପାଠ କରିବେ ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଏହି ଗୁପ୍ତନୀତି ସମାପ୍ତ ହେବା ପରେ ରାତି ୮ଟା ବେଳକୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.