Latest Odisha News

ମର୍ଣ୍ଣିଂ ଓ୍ୱାକ୍ ବେଳେ ମାଡ଼ିଗଲା ଅଜଣା ଗାଡ଼ି, ୨ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର କପାସିଆ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବାଟରେ ମୃତ୍ୟୁରୂପୀ ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ମୃତକମାନେ ହେଲେ ସାବିତ୍ରୀ ମହାପାତ୍ର ଓ ଅଛୟୀ ପ୍ରଧାନ । ରାସ୍ତା ପାର ହେଉଥିବା ବେଳେ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଫେରାର୍ ହୋଇଯାଇଛି ଗାଡ଼ି ।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଛି ବୋଲଗଡ଼ ଥାନା ପୋଲିସ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ରାସ୍ତା ଅବରୋଧ ଯୋଗୁ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାର ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Comments are closed.