Latest Odisha News

ଭଦ୍ରକରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,କଟକଣାରେ ହେବ ମା’ଙ୍କ ପୂଜାର୍ଚ୍ଚନା

ଭଦ୍ରକ : ଆସୁଛି କାଳୀପୂଜା। ଏନେଇ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କୋଭିଡ କଟକଣାରେ ଏଥର ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଅନ୍ୟପଟେ ସହରର ୮ ଟି ପୂଜା ମଣ୍ଡପରେ ମା ଶ୍ୟାମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କୋଭିଡ କଟକଣାରେ ମାଙ୍କ ପୂଜାର୍ଚ୍ଚନା ନିରାଡମ୍ବର ଭାବେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଛି । ଭଦ୍ରକ ଚରମ୍ପା ଠାରେ ୭ ଦିନଧରି ଚାଲିବାକୁ ଥିବା ଏହି କାଳୀପୂଜାକୁ ଏଥର ପ୍ରଶାସନ ୩ ଦିନ ପାଇଁ ଅନୁମତି ଦେଇଥିବା ବେଳେ ଏହି ସମୟରେ କୈାଣସି ଡ଼ାକବାଜି ଯନ୍ତ୍ର,ମିନାବଜାର କି ଯାତ୍ରା ପାଟିକୁ ପ୍ରଶାସନ ସମ୍ପୁର୍ଣ୍ଣ ବାରଣ କରିଛି ।

ଅନ୍ୟ ପକ୍ଷରେ ସରକାରଙ୍କ କୋଭିଡ କଟକଣା ଅନୁଯାଇ ମା’ଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖାଯାଇ ଥିବାବେଳେ, ପୂଜା ମଣ୍ଡପରେ ୭ ଜଣଙ୍କ କର୍ମକର୍ତ୍ତାଙ୍କ ଗହଣରେ ପୂଜାର୍ଚ୍ଚନା କରିବାକୁ ଗାଇଡ଼ଲାଇନ ଜାରି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପୂଜାର୍ଚ୍ଚନା ସମୟରେ କୌଣସି ଶ୍ରଦ୍ଧାଳୁ ପୂଜାମଣ୍ଡପ ପାଖରେ ରହି ମା’ଙ୍କୁ ଦର୍ଶନ କରିବା ଉପରେ ସମ୍ପୁର୍ଣ୍ଣ ରୋକ ଲାଗିଛି । ପ୍ରଶାସନର କରୋନା କଟକଣାକୁ ପୂଜା କମିଟି ମାନି ପୂଜା କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛିା ।

Comments are closed.