ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ମା’ କାଳିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମାନସ ସାହୁ । ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଚଳିତ ବର୍ଷ ଦୀପ ଜାଳିବା ସହ କୋଭିଡ ନିୟମ ମାନି ଦୀପାବଳି ପାଳନ କରିବାକୁ ସେ ବାର୍ତ୍ତା ଦେଇଛନ୍ତି । ୧୫ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା ମୂର୍ତ୍ତିକୁ ତିଆରି କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ବାଲୁକା କଳାରେ ସେ ‘Happy and Safe Dipawali’ର ବାର୍ତ୍ତା ଦେଇଛନ୍ତି ।
BREAKING NEWS
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
Comments are closed.