Latest Odisha News

BREAKING NEWS

ଭାଙ୍ଗିଲା ୨୦ ବର୍ଷର ପରମ୍ପରା, ଜନ୍ମଦିନରେ ଫ୍ୟାନଙ୍କୁ ମନ୍ନତ ବାହାରେ ଦେଖା ଦେଲେନି କିଙ୍ଗ ଖାନ୍

ମୁମ୍ବାଇ : ଜନ୍ମଦିନରେ ପ୍ରଶଂସକଙ୍କୁ ଦେଖା ଦେଲେନି ବଲିଉଡ୍ ବାଦଶାହା ଶାହାରୁଖ୍ ଖାନ । ନଭେମ୍ବର ୨ ତାରିଖ ଶାହାରୁଖ ଖାନଙ୍କ ବର୍ଥ ଡେ’ ଥିଲ।। ଏହି ବର୍ଷ ୫୬ ବର୍ଷ ବୟସରେ ପାଦଦେଇଛନ୍ତି ଶାହାରୁଖ ଖାନ । ଜନ୍ମଦିନରେ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ ମାନଙ୍କ ଭିଡ ଜମେ । ଆଉ ଫ୍ୟାନ୍ ମାନଙ୍କ ସହ ଫଟୋ ପୋଜ୍ ଦିଅନ୍ତି ଶାହାରୁଖ୍ । ହେଲେ ଏବର୍ଷ ଫ୍ୟାନମାନଙ୍କ ଭିଡ ଜମିଥିଲା ଶାହାରୁଖ୍ ଖାନଙ୍କ ଘର ମନ୍ନତ ବାହାରେ। ହେଲେ ଶାହାରୁଖଙ୍କୁ ଦେଖିବାକୁ ମିଳିନଥିଲା।

ଫଳରେ ମନ୍ନତ ବାହାରେ ଅପେକ୍ଷା କରିଥିବା ଫ୍ୟାନ୍ ମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଯାହାକି ୨୦ ବର୍ଷର ପରମ୍ପରା ଭାଙ୍ଗିଥିଲେ ଶାହାରୁଖ୍। ପ୍ରତ୍ୟେକ ବର୍ଷ କିଙ୍ଗ୍ ଖାନ୍ ନିଜ ବାଲକୋନିକୁ ଆସି ଫ୍ୟାନ୍ ମାନଙ୍କୁ ଅଭିବାଦନ ଦିଅନ୍ତି। ସିଗ୍ନେଚର ପୋଜ୍ ମଧ୍ୟ ଦିଅନ୍ତି । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବହୁ କଷ୍ଟରେ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିଥିଲା । ତେଣୁ ପରିବାରରେ ମଧ୍ୟ କୌଣସି ସେଲିବ୍ରେସନ କରିନାହାନ୍ତି ଶାହାରୁଖ ।ପରିବାରରେ ଅଶାନ୍ତି ଲାଗି ରହିଛି। ତେଣୁ ଶାହାରୁଖ୍ ବର୍ଥ ଡେ କରିନାହିନ୍ତି ବୋଲି ଫ୍ୟାନ୍ ମାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.