Latest Odisha News

ସେମିଫାଇନାଲର ନିକଟତର ହେଲା ନ୍ୟୁଜିଲାଣ୍ଡ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନାମ୍ବିଆକୁ ୫୨ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପଂଏଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ନିକଟତର ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୧୬୩ ରନ କରିଥିଲା । ଗ୍ଲେନ ଫିଲିପ୍ସ ୩୫ ଓ ଜେମ୍ସ ନୀଶମ ୩୫ ରନର ଇନିଂସ ଖେଳିଥିଲେ ।

୧୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନାମ୍ବିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା । ଟିମ ସୌଦି ଓ ଟ୍ରେଟ ବୋଲ୍ଟ ନ୍ୟୁଜିଲାଣ୍ଡ ପକ୍ଷରୁ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Comments are closed.