Latest Odisha News

ଅନ୍ଧାରରେ ଗାଁ.. ..

ଗୋପବନ୍ଧୁନଗର: ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଦୁଇ ମାସରୁ ଅଧିକ ଦିନ ହେଲା ଡିବିରି ଆଲୁଅ ପାଲଟିଛଇ ଆଶା ଭରସା । ଏହିି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଅନନ୍ତସାହିରେ ।

ଦୁଇ ମାସ ପୂର୍ବେ ଗାଁକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡିଯାଇଥିଲା । ଯାହାକୁ ନେଇ ଖୁଣ୍ଟା ସବଷ୍ଟେସନ ବିଦ୍ୟୁତ ବିଭାଗରେ ବାରମ୍ବାର ଜଣାଯାଇଥିଲେ ଗ୍ରାମବାସୀ । ହେଲେ ଏଯାଏଁ ଟ୍ରାନ୍ସଫର୍ମର ସଜଡା ହୋଇପାରିଲାନି । ଯାହାକୁ ନେଇ ସମସ୍ୟାରେ ରହିଛନ୍ତି ଗାଁର ଲୋକେ ।

ଡିବିରି ଆଲୁଅକୁ ଭରସା କରି ଅନ୍ଧାରରେ ୨୬ ବିପିଏଲ ପରିବାର । ଛାତ୍ରଛତ୍ରୀଙ୍କ ପାଠପଢା କୁ ଗୁରୁତ୍ୱ ଦେଇ ସରକାର ଅନଲାଇନ ପାଠ ପଢା କାର‌୍ୟକ୍ରମ କରିଛନ୍ତି । ମାତ୍ର ଦୁଇ ମାସ ହେବ ବିଦ୍ୟୁତ ନଥିବାରୁ ପାଠପଢାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନନ୍ତସାହି ଗ୍ରାମର ଛାତ୍ରଛାତ୍ରୀ ।

ଘଟଣା ସମ୍ପର୍କରେ ଖବର ପାଇ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ସଭାପତି ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଜଣାଇ ତୁରନ୍ତ ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ଆଲୋଚନା କରିଥିଲେ । ଖୁବଶିଘ୍ର ୭ ଦିନ ମଧ୍ୟରେ କାମ କରାନଗଲେ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Comments are closed.