Latest Odisha News

BREAKING NEWS

ହାଓ୍ବଡା ଓ ଭଦ୍ରକ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ହାଓ୍ବଡ଼ା ଓ ଭଦ୍ରକ ମଧ୍ୟରେ ଆସନ୍ତାକାଲି ଠାରୁ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୮୦୪୩ ହାଓ୍ବଡ଼ା ଓ ଭଦ୍ରକ ସ୍ପେଶାଲ ଆସନ୍ତାକାଲି ଠାରୁ ହାଓ୍ବଡାରୁ ଅପରାହ୍ନ ୩ଟା ୪୦ରେ ଛାଡି ଭଦ୍ରକରେ ରାତି ୧୦ଟା ୩୫ରେ ପହଞ୍ଚିବ । ଫେରିବା ଦିଗରେ ୦୮୦୪୪ ଭଦ୍ରକ-ହାଓ୍ବଡ଼ା ସ୍ପେଶାଲ ଆସନ୍ତା ୧୦ ତାରିଖରୁ ଭଦ୍ରକରୁ ଭୋର ୪ଟା ୫୦ରେ ଛାଡି ହାଓ୍ବଡ଼ା ଠାରେ ଦିନ ୧୧ଟା ୪୫ରେ ପହଞ୍ଚିବ ।

ଏହି ଟ୍ରେନ୍ ଗଠନରେ ୧୦ଟି ସାଧାରଣ ଦ୍ବିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ ଉପଲବ୍ଧ ରହିଛି । ଏହା ହାଓ୍ବଡ଼ା ଓ ଭଦ୍ରକ ମଧ୍ୟରେ ଉଭୟ ପାର୍ଶ୍ବରୁ ସାନ୍ତ୍ରାଗଛି, ଉଲବେରିଆ, ବାଗନାନ୍, ମେଛେଦା, ମେହେଡା, ପାଂସକୁଡା, ହାଉର, ରାଧାମୋହନପୁର, ବାଲିଛକ, ଶ୍ୟାମଛକ, ମଦପୁର, ଜାକପୁର, ଖଡଗପୁର, ହିଜଲି, ବେଣାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ବର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ବର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋର, ସାବିରା, ମାର୍କୋଣା ଏବଂ ରାଣୀତାଲ ଷ୍ଟେସନରେ ରହଣି କରିବ ।

Comments are closed.