Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲା । ଏ ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି ।  ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିବା ସହ କଳା ପତାକା ଦେଖାଇଥିଲେ ।

ମମିତା ଘଟଣାକୁ ବିରୋଧ କରି କଂଗ୍ରେସ କର୍ମୀ ଏହି ଅଣ୍ଡାମାଡ଼ ଓ କଳା ପତାକା ଦେଖାଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଓ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବିଜେପି କର୍ମୀ ଶାସକ ଦଳର ନେତାଙ୍କୁ ପ୍ରବଳ ବିରୋଧ କରି ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି ।

Comments are closed.