Latest Odisha News

BREAKING NEWS

କନ୍ଧମାଳ: ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀ ନିହତ

ଫୁଲବାଣୀ : ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଅନ୍ତର୍ଗତ ବାନ୍ଦାପଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳା ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ୍ ବୋଲି ଜଣାପଡିଥିବାବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ନେଇ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁନଗୁନିପଦର ନିକଟରେ ମାଓବାଦୀମାନେ ପୋଲିଂ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଥିଲେ। ମାଓବାଦୀମାନେ ପୋଲିଂ ପାର୍ଟିର ଗାଡିକୁ ଅଟକାଇବା ପରେ ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇ ଉକ୍ତ ଗାଡିକୁ ପୋଡି ଦେଇଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଅନ୍ୟ ପୋଲିଂ ଷ୍ଟାଫମାନେ ସୁରକ୍ଷିତ ଅଛନ୍ତି ଏବଂ ମାଓବାଦୀଙ୍କୁ ଧରିବା ଲାଗି କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ ନିକଟରେ ମାଓବାଦୀମାନେ ଭୋଟ୍ ବର୍ଜନ କରିବା ଲାଗି ବିଭିନ୍ନ ଜିଲ୍ଲାରେ ଅନେକ ବ୍ୟାନର ଓ ପୋଷ୍ଟର ଜାରି କରିଥିଲେ ।

Leave A Reply

Your email address will not be published.