Latest Odisha News

ଆମେରିକା ସାମ୍ବାଦିକ ଡାନି ଫେନିଷ୍ଟରଙ୍କୁ ୧୧ ବର୍ଷ କାରାଦଣ୍ଡ , ମିଆଁମାର କୋର୍ଟ ଶୁଣାଇଲେ ସଜା

ମିଆଁମାର : ମିଆଁମାର କୋର୍ଟ ଆମେରିକା ସାମ୍ବାଦିକ ଡାନି ଫେନଷ୍ଟରଙ୍କୁ ୧୧ ବର୍ଷ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିୟମ ଉଲ୍ଲଙ୍ଘନ କରି ମେଲିଟାରୀ ବିରୋଧରେ ବିଭିନ୍ନ କଥା କହିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସାଧାରଣତଃ ସେ ମିଆମାରରେ ରହି ମିଆଁମାର ସାଧାରଣ ଜନତାଙ୍କୁ ମିଲିଟାରୀ ବିରୋଧରେ ଉସକାଉଥିଲେ ଓ ମିଲିଟାରୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିଲେ ।ଅନ୍ୟପଟେ ସପ୍ତାହେ ପୂର୍ବରୁ ତାଙ୍କ ନାଁରେ ଦେଶଦ୍ରୋହ ଓ ଆତଙ୍କବାଦ ଅଭିଯୋଗରେ ଅତିରିକ୍ତ ଦୁଇଟି ଅଭିଯୋଗ କରାଯାଇଥିଲା।

ଅନ୍ୟପଟେ ଏହି ନୂତନ ଅଭିଯୋଗର ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ ବୋଲି ଜଣାପଡ଼ିଛି ।  ତାଙ୍କୁ ମେଁ ମାସରେ ୟାଙ୍ଗନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ କରାଯାଇଥିଲା।ଅନ୍ୟପଟେ ଫେବୃଆରୀ ମାସରେ ପୁଲୁୱାମା ଆକ୍ରମଣ ପରେ ଗିରଫ ହୋଇଥିବା ସ୍ଥାନୀୟ ସାମ୍ବିଦିକ ମାନଙ୍କ ମଧ୍ୟରେ ସେ ଥିଲେ। ସୂଚନା ଅନୁସାରେ ୩୭ ବର୍ଷୀୟ ଡାନି  ମିଆଁମାରର ଏକ ଗଣମାଧ୍ୟମରେ କାମ କରୁଥିଲେ।ସେ ମିଆମାରରେ ଲୋକାଲ ନ୍ୟୁଜ ପେପର ପାଇଁ କାମ କରୁଥିଲେ। ୨୦୨୧ ମସିହାରେ ସେ ଗିରଫ ହେବା ସମୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।ବର୍ତ୍ତମାନ ତାଙ୍କୁ ସାମ୍ବାଦିକ ପେଶାରେ କାମ କରିବାରୁ ବାଦ୍ ଦିଆଯାଇଛି।

Comments are closed.