Latest Odisha News

କରୋନା ଟିକାକରଣରେ ସାରା ଦେଶରେ ଓଡିଶା ଆଗରେ

ଭୁବନେଶ୍ୱର : କରୋନା ଟିକା କରଣରେ ସାରା ଦେଶରେ ଓଡିଶା ଆଗରେ । ରାଜ୍ୟରେ ଟିକାକରଣର ୱେଷ୍ଟଜ ହାର କମିଛି ।ଏପର୍ଯ୍ୟନ୍ତ ୪.୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅନ୍ୟପଟେ ୨ କୋଟି ୬୮ଲକ୍ଷ ୪ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି ।୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

ଟିକାକରଣରେ ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହଛି । ରାଜ୍ୟ ଟିକାକରଣକୁ ନେଇ ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ପ୍ରଥମ ଡୋଜ ଟିକାକରଣରେ ଜାତୀୟ ହାର ୭୯.୮ ପ୍ରତିଶତ ରହିଥିବା ବେଳେ ଓଡିଶାର ପ୍ରଥମ ଡୋଜ୍ ଟିକାକରଣ ହାର ୮୨.୪ ପ୍ରତିଶତ ରହିଛିା ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ହାର ୩୮.୪ ପ୍ରତିଶତ ଥିବା ବେଳେ ଓଡିଶାରେ ୪୧.୪ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଦ୍ୱିତୀୟ ଡୋଜ ।

ନଭେମ୍ବର ଶେଷ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକାକରଣ ଲକ୍ଷ ରଖାଯାଇଛି । ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ କୋଭିଡ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି ।ଅନ୍ୟପଟେ ୨୦ ଲକ୍ଷ କରୋନା ଡୋଜ୍ ଅପଚୟକୁ ରୋକାଯାଇ ପାରିଛି । ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଂଶସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ।

Comments are closed.