Latest Odisha News

BREAKING NEWS

ବିଗ ବ୍ୟାଶ ଲିଗରେ ସ୍ମୃତିଙ୍କ ସ୍ମରଣୀୟ ଇନିଂସ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ବିଗ ବ୍ୟାଶ ଲିଗରେ ଭାରତର ସ୍ମୃତି ମାନ୍ଧନା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମେଲବୋର୍ଣ୍ଣ ରେନଗେଡେସ ବିପକ୍ଷରେ ସିଡନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ସ୍ମୃତୀ ୬୪ ବଲରେ ୧୧୪ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ବିସ୍ଫୋରକ ଶତକରେ ୧୪ ଚୌକା ଓ ୩ ଛକା ସାମିଲ ଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମେଲବୋର୍ଣ୍ଣ ଟିମ୍ ହରମନପ୍ରୀତ କୌରଙ୍କ ୮୧ ରନ ସହାୟତାରେ ୧୭୫ ରନ କରିଥିଲେ । ତେବେ ସ୍ମୃତିଙ୍କ ଚମତ୍କାର ଇନିଂସ ସତ୍ୱେ ସିଡନୀ ଏହି ମ୍ୟାଚ ୪ ରନରେ ହାରି ଯାଇଥିଲା ।

ଏହି ଲିଗରେ ଭାରତର ରାଧା ଯାଦବ ( ସିଡନୀ ସିକ୍ସର୍ସ), ଦୀପ୍ତୀ ଶର୍ମା (ସିଡନୀ ଥଣ୍ଡର୍ସ), ଶେଫାଳୀ ବର୍ମା (ସିଡନୀ ସିକ୍ସର୍ସ), ଜେମିମା ରୋଡ୍ରିଗ୍ୟୁସ( ମେଲବୋର୍ଣ୍ଣ ରେନେଗେଡସ), ଋଚା ଘୋଷ (ହୋବାର୍ଟ ହରିକେନ୍ସ) ଓ ପୁନମ ଯାଦବ(ବ୍ରିସବେନ ହିଟ୍ସ) ପକ୍ଷରୁ ଖେଳୁଛନ୍ତି ।

Comments are closed.