Latest Odisha News

BREAKING NEWS

ଏବେ ବାହାରେ ମଳତ୍ୟାଗ କଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ: ବିଏମସି

ଭୁବନେଶ୍ୱର : ଏବେ ବାହାରେ ମଳତ୍ୟାଗ କଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିିପାଲ କର୍ପୋରେସନ (ବିଏମସି) ସ୍ଥିର କରିଛି । ତେବେ ସ୍ଥାନୀୟ ୱାର୍ଡ଼ ସାନିଟେସନ କମିଟି ଓ ସେଲ୍ଫ ହେଲପ ଗ୍ରୁପର ଅଭିଯୋଗକୁ ଭିତ୍ତିକରି ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଠାରୁ ବିଏମସି ଜୋରିମାନା ଦେୟ ଅସୁଲ କରିବ ।

ସହରକୁ ଖୋଲା ମଳତ୍ୟାଗ ରହିତ (ଓଡ଼ିଏଫ) ଆଦର୍ଶ ସହର ଭାବେ ଗଢିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ସ୍ଥିର କରିଛି ବିଏମସି ।

ଖୋଲା ମଳତ୍ୟାଗ ରହିତ ବା ଓଡ଼ିଏଫ ସହର ଭାବେ ଭୁବନେଶ୍ୱରକୁ ପ୍ରତିଷ୍ଠା କରିବାକୁ ବିଏମସି ପକ୍ଷରୁ କେତେକ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି । ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ପ୍ରତ୍ୟେକ ୱାର୍ଡ଼ରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯିବାର ବିଭିନ୍ନ ପଦକ୍ଷେପ ବିଏମସି ନେଇଛି ବୋଲି କହିଛନ୍ତି ମେୟର ଅନନ୍ତ ନାରାୟଣ ଜେନା ।

ଏକ ଗୁରୁତ୍ୱପୂର୍ଣ୍ଣ କର୍ପୋରେସନ ବୈଠକରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ଉପାଧ୍ୟକ୍ଷ କେ ଶାନ୍ତି, ମ୍ୟୁନିସିପାଲ କମିଶନର ଡ଼ଃ କ୍ରିଷ୍ଣ କୁମାର, ଅତିରିକ୍ତ କମିଶନର ଶୁଭମ ସକ୍ସେନା, ବିଏମସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ, ବିଡ଼ିଏ, ପିଏଚଇଓ, ପିଡ଼ବ୍ଲ୍ୟୁଡ଼ି ଏବଂ ଅନ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିଥିଲେ ।

ଏହି କର୍ପୋରେସନ ବୈଠକ ଅନୁଷ୍ଠିତ ହେବା ଅବ୍ୟବହିତ ପୂର୍ବରୁ ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.