ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜୋରଦାର ହେଲା ଅପରେସନ ହ୍ବାଇଟ୍ ସ୍ପାଇଡର । ପୁଣି ଜବତ ହୋଇଛି ଧଳା ଜହର । ତମାଣ୍ଡୋ ଅଞ୍ଚଳରେ ବ୍ରାଉନସୁଗାର କାରାବାର ବେଳେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ସଞ୍ଜୟ ସାହୁ ଓ ସୋମନାଥ ମହାପାତ୍ର ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଲା ଡେଲାଙ୍ଗ ଅଞ୍ଚଳର ସୁରେଶ ହାତୀ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ସେମାନଙ୍କ ନିକଟରୁ ଏକ ବାଇକ ଜବତ କରିଛି ପୋଲିସ । କମିସନରେଟ ପୋଲିସ ଆରମ୍ଭ କରିଥିବା ହ୍ବାଇଟ ସ୍ପାଇଡର ଅପରେସନରେ ଭୁବନେଶ୍ବରରୁ ବର୍ତ୍ତମାନ ସୁଦ୍ଧା ୨ କେଜି ୮୯୧ ଗ୍ରାମ ବ୍ରାଉନସୁଗାର ଜବତ ହେଲାଣି । ସେହିପରି ଧଳା ଜହର କାରବାର ଅଭିଯୋଗରେ ଏଯାଏଁ ୫୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିାନରେଟ୍ ପୋଲିସ ।
BREAKING NEWS
- ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର; ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ…
- Sonu Sood visits Puri: ମହାପ୍ରଭୁଙ୍କ ଶରଣରେ ଅଭିନେତା ସୋନୁ ସୁଦ୍! ‘ଜୟ ଜଗନ୍ନାଥ’ କହି ମନେ ପକାଇଲେ କରୋନା ସମୟର କଥା…
- ୟୁକ୍ରେନ୍ରେ ଗଣମାଧ୍ୟମ ଉପରେ କଟକଣା:ରୁଷୀୟ ଆକ୍ରମଣର କ୍ଷୟକ୍ଷତି ତଥା ସୂଚନା ଉପରେ କଟକଣା ଲଗାଇଲେ ଜେଲେନ୍ସ୍କି
- ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି, କାଲି ୫ ଘଣ୍ଟା ବନ୍ଦ ରହିବ କାଳିଆ ଦର୍ଶନ
- ଆଗ୍ରାର ବିବାହ ଶୋଭାଯାତ୍ରାରେ ୨୫ ଜଣଙ୍କ ଆକ୍ରମଣ, ‘ବରକୁ ଘୋଡାରୁ ଖସାଇଲେ, ବରଯାତ୍ରୀଙ୍କୁ ରଡରେ ପିଟିଲେ’
- Delimitation Bill: ରାହୁଲଙ୍କୁ ଷ୍ଟାଲିନଙ୍କ କଡ଼ା ଜବାବ! ‘କଟ୍ଟାବୋମ୍ମନ୍’ ହେବି, ‘ଏଟ୍ଟାପ୍ପନ୍’ ନୁହେଁ କହି ବଢ଼ାଇଲେ ରାଜନୈତିକ ସସପେନ୍ସ…
- Mann Ki Baat: ଯୁବପିଢ଼ିର ସ୍ୱପ୍ନ ଉପରେ ନିଶାର କଳାବାଦଲ! ‘ମନ୍ କି ବାତ୍’ରେ ମୋଦୀଙ୍କ ବଡ଼ ଆହ୍ୱାନ, ଚକୋଲେଟ୍ରୁ ମ୍ୟୁଜିୟମ୍ ଯାଏଁ କହିଲେ ନୂଆ ସୁଯୋଗର କଥା…
- Parliament Special Session: ନଭେମ୍ବର ୩୦ରେ ଉଠିବ ପଡିବ ସଂସଦ! ଲୋକସଭାରେ ୩ ବଡ଼ ବିଲ୍, ବିରୋଧୀଙ୍କ ନା ଭିତରେ କେମିତି ସମର୍ଥନ ହାତେଇବେ ମୋଦୀ ସରକାର?
- ହରିୟାଣା ଗ୍ୟାଙ୍ଗ ୱାରରେ ‘ହନିଟ୍ରାପ୍’, ଥାଇଲାଣ୍ଡ ପୋଲିସର ସହାୟତା ନେବ ଭାରତ
- କିଏ ହେବେ ନୂଆ ଡିଜିପି ? ଚର୍ଚ୍ଚାରେ ୪ନାଁ, ୩୦ରେ ସରୁଛି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ
Comments are closed.