Latest Odisha News

BREAKING NEWS

[ଭିଡ଼ିଓ] ଗାଁରେ ନିଆରା ପରମ୍ପରା ବୃକ୍ଷ ବିବାହ

କାମାକ୍ଷାନଗର: କାମାକ୍ଷାନଗର କାନପୁର ଗାଁରେ ନିଆରା ଏକ ପରମ୍ପରା । ରୋଷଣୀ ଆତସବାଜିରେ ପ୍ରକମ୍ପିତ ହେଉଛି ପରିବେଶ । ହରିବୋଲ ହୁଳୁହୁଳି ସାଙ୍ଗକୁ ହୋମ ଯଜ୍ଞ ସହ ଚାଲିଛି ବିବାହ । ହେଲେ ଏହି ନିଆରା ବିବାହ ହେଉଛି ଗାଁରେ ଥିବା ବର ଓ ଓସ୍ତ ଗଛର । ଯାହାକୁ ଲୋକେ ଲକ୍ଷ୍ମୀ ନାରାୟଣ ବିବାହ କୁହନ୍ତି । ପାରମ୍ପରିକ ରୀତିନୀତିର ସହ ବରପକ୍ଷ ଓ କନ୍ୟା ପକ୍ଷ ଏହି ବିବାହ କରିଛନ୍ତି ।

ସମାଜରେ ପ୍ରଚଳିତ ବିବାହ ଭଳି ବରଓସ୍ତ ବିବାହ ମଧ୍ୟ ସମ୍ପନ୍ନ ହୋଇଛି । ଶେଷରେ ବିବାହ ଭୋଜିରେ ଯୋଗ ଦେଇଥିଲେ ଶହଶହ ଲୋକ ।

ଗାଁରେ ରହିଥିବା ଏହି ବରଓସ୍ତ ବିବାହ ପରମ୍ପରା ବହୁ ପରୁଣା । ଯାହାକୁ ଲକ୍ଷ୍ମୀନାରାୟଣ ବିବାହ ବୋଲି ଲୋକେ ମାନନ୍ତି ।

Comments are closed.