Latest Odisha News

BREAKING NEWS

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସମ୍ପଦ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସଚିବ ଅଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ଦିଗରେ ଏହି କମିଟି ପଦକ୍ଷେପ ନେବ ।

ନିକଟରେ ଓଡ଼ିଶା ଗସ୍ତରେ ଆସିଥିଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗମୋହନ ରେଡ୍ଡି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ୯ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ମିଶି କାମ କରିବେ ବୋଲି ମିଳିତ ବିବୃତ୍ତି ଜାରି କରିଥିଲେ । ମୁଖ୍ୟତଃ ଜଳ ବିବାଦ, ସୀମା ବିବାଦ, ନକ୍ସଲ ସମସ୍ୟା ଓ ଗଞ୍ଜେଇ ଚୋରା ଚାଲାଣ ଭଳି ପ୍ରସଙ୍ଗରେ ଏକାଠି କାମ କରିବାକୁ ସହମତି ପ୍ରକାଶ ପାଇଥିଲା ।

ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥରେ ସମାଧାନ ଖୋଜିବାକୁ ପ୍ରୟାସ କରାଯିବ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ସେଦିନର ଆଲୋଚନା ଅନୁସାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଓଡ଼ିଶା ସରକାର କମିଟି ଗଠନ କରିଛନ୍ତି ।

Leave A Reply

Your email address will not be published.