Latest Odisha News

BREAKING NEWS

ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌; ୬ଟି ଦେଶକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବ୍ରିଟେନ ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ପ୍ରଜାତି ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି। ଯାହା ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ ଓ ମାରାତ୍ମକ ଅଟେ। ଦକ୍ଷିଣ ଆଫ୍ରିକାରେ ୩୦ରୁ ଅଧିକ ନୂତନ ମାମଲା ଦେଖିବାକୁ ମିଳିଛି। ଯାହାକି ନୂତନ ପ୍ରଜାତି ବୋଲି ଜଣାପଡ଼ିଛି।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA) ଭାରିଆଣ୍ଟ B.1.1 ଘୋଷଣା କରିବା ପରେ ବିମାନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ଟ୍ୱିଟ୍ କରି କହିଛନ୍ତି ଏହାର ଯାଞ୍ଚ ଚାଲିଛି ଏବଂ ଏଥିପାଇଁ ଅଧିକ ତଥ୍ୟ ଆବଶ୍ୟକ କିନ୍ତୁ ଆମେ ସତର୍କତା ଅବଲମ୍ବନ କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ” ୬ଟି ଆଫ୍ରିକୀୟ ଦେଶକୁ ରେଡ ତାଲିକାରେ ଯୋଡାଯିବ। ବିମାନ ସାମୟିକ ଭାବେ ନିଷିଦ୍ଧ ହେବ ଏବଂ ବ୍ରିଟେନର ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ।”

Comments are closed.