Latest Odisha News

BREAKING NEWS

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି ଅପରାଜିତ ରହିଛନ୍ତି । ନ୍ୟୁଜିଲାଣ୍ଡ ଦଳ ଏବେ ବି ଭାରତ ସ୍କୋରଠାରୁ ୨୧୬ ରନ ପଛରେ ରହିଛି ।

ପୂର୍ବରୁ ଭାରତ ୨୫୮/୪ରୁ ବ୍ୟାଟିଂ ଆରମ୍ଭ କରି ୬ଉଇକେଟରେ ଆଉ ମାତ୍ର ୮୭ ରନ ଯୋଗ କରିପାରିଥିଲା । ଶ୍ରେୟାଶ ଆୟାର ତାଙ୍କ ପଦାର୍ପଣ ମ୍ୟାଚକୁ ଶତକ ହାସଲକାରୀ ସ୍ମରଣୀୟ କରି ଦେଇଛନ୍ତି । ଟିମ ସୌଦି ୫ ଉଇକେଟ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.