ଭୁବନେଶ୍ୱର: ଥମୁନି ମମିତା ଝଡ଼ । ଏବେ ପୁଣି କଂଗ୍ରେସ ଦୋହରାଇବ ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ ଟାର୍ଗେଟ କରାଯାଇଛି । ଏ ନେଇ ବିଧାନସଭାରେ ବିଜେଡ଼ିକୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ ।
ପିପିଲି ଗଣଦୁଷ୍କର୍ମର ତଦନ୍ତ କମିଶନରଙ୍କ ରିପୋର୍ଟ ଉପସ୍ଥାପନା ଏବଂ ତାକୁ ସାର୍ବଜନୀନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏନେଇ ଅବଗତ କରାଇଛନ୍ତି ।
Comments are closed.