Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଟିଟୋ ପୋଲିସ ଏନକାଉଣ୍ଟରରେ ଆହତ

ଯାଜପୁର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଶନିବାର ଦିନ ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି । ଟିଟୋ ଏବେ ପୋଲିସ କବଜାରେ ।

ଓଡ଼ିଶା କ୍ରାଇମ ବ୍ରାଞ୍ଚର ଏକ ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଯାଜପୁରର ଚଣ୍ଡିଖୋଲ ଅଞ୍ଚଳରେ ଟିଟୋକୁ ଏନକାଉଣ୍ଟର କରିଛି । ଟିଟୋ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି । ତାକୁ ପ୍ରଥମରେ ବଡ଼ଚଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଅବସ୍ଥା ଗୁରୁତର ହେବାରୁ ଟିଟୋକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପୋଲିସ ଏନକାଉଣ୍ଟର କରିଛି କୁଖ୍ୟାତ ଅପରାଧି ‘ଟିଟୋ’ ଉପରେ । ପୋଲିସ ଓ ଟିଟୋ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଡ଼ିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟାସ୍କ ଫୋର୍ସ ଟିଟୋ ରହୁଥିବା ଘର ଉପରେ ଅତର୍କିତ ଭାବେ ଚଢଉ କରିଥିଲା । ପୋଲିସ କବଳରୁ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳି ଚଲାଇଥିଲା । ଟିଟୋ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା ।

କୁଖ୍ୟାତ ଅପରାଧି ଟିଟୋ ନାମରେ ଟେଣ୍ଡର ଫିକ୍ସିଂ ମାମଲାରେ ଏକାଧିକ ମାମଲା ରହିଛି । ସେ ମଧ୍ୟ ସଂଦିଗ୍ଦ ଆତଙ୍କୀ ଅବଦୁର ରେହମାନର ଭାଇ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.