Latest Odisha News

ବିଜୟ ହଜାରେ ଟ୍ରଫି: ୨୪ ଓଭରରେ ଶେଷ ହୋଇଗଲା ନାଗାଲାଣ୍ଡ-ତ୍ରିପୁରା ମ୍ୟାଚ

ଅଗରତାଲା: ଜୟପୁରରେ ଖେଳାଯାଇଥିବାର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ପ୍ଲେଟ ଗ୍ରୁପର ଏକ ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଯାଇଛି । ନାଗାଲାଣ୍ଡ ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ୪୮ରନରେ ଅଲଆଉଟ ହୋଇ ଯାଇଥିଲା । ୬ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । ଇମଲିଭାଟି ଲେମଟର ସର୍ବାଧିକ ୧୬ ସ୍କୋର କରିଥିଲେ ।

ମଣିଶଙ୍କର ମୁରସିଂ ୫ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ତ୍ରିପୁରା ୧୦.୧ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସମ୍ରାଟ ସିଂ ୩୨ ଓ ସମଜିତ ଗୋଏଲ ୧୭ରନ କରି ନଟଆଉଟ ରହିଥିଲେ ।

Comments are closed.